|  | 
| Odia Pedagogy | 
1) କେଉଁଟି
ବ୍ୟବହାରିକ ବ୍ୟାକରଣର ଲକ୍ଷଣ ? 
=> ପ୍ରୟୋଗାତ୍ମକ.. 
=> ଆନନ୍ଦଦାୟକ 
=> ଗୁଣାତ୍ମକ 
=> କେଉଁଟି ବି ନୁହଁ 
2) ପାଠ୍ୟ
ବିଷୟବସ୍ତୁକୁ ବୁଝିବା ନିମନ୍ତେ କେଉଁଟି ସହାୟକ ? 
=> ସରବ ପଠନ 
=> ନିରବ ପଠନ..
=> ଦ୍ରୁତ ପଠନ 
=> ସାମୁହିକ ପଠନ 
3) ବ୍ୟାକରଣ ଶିକ୍ଷାଦାନ ନିମନ୍ତେ କେଉଁ ପ୍ରଣାଳୀଟି ସର୍ବୋତ୍ତମ ? 
=> ପୁସ୍ତକରେ ଦିଆଯାଇଥିବା ସୂତ୍ରଗୁଡିକୁ ଶିକ୍ଷକ ବୁଝାଇବେ |
=> ସୂତ୍ର ଗୁଡିକ ମୁଖସ୍ଥ କରିବା ପାଇଁ ଶିକ୍ଷକ କହିବେ |
=> ଉଦାହରଣ ଓ ବିସ୍ଲେସଣ ମାଧ୍ୟମରେ ସୂତ୍ରରେ ଉପନୀତ ହେବେ |
=> ସୂତ୍ରରୁ ଜ୍ଞାନ ଆହରଣ କରି ବିଭିନ୍ନ ଉଦାହରଣ ଦେବେ |
4) ଉଚ୍ଚ
ପଠନର କେଉଁଟି ଅନ୍ତରାୟ ? 
=> ଶୁଦ୍ଧ ଉଚ୍ଚାରଣ 
=> ବିରାମଚିହ୍ନ ସମ୍ପର୍କରେ ଧାରଣା 
=> ସ୍ପଷ୍ଟ ଅଭିବ୍ୟକ୍ତି 
=> ମାନସିକ ଏକାଗ୍ରତା
5) କେଉଁଟି
ମାତୃଭାଷା ପାଠ୍ୟ ପୁସ୍ତକର ଲକ୍ଷଣ ନୁହେଁ ? 
=> ଜାତୀୟ ଲକ୍ଷ୍ୟର ପ୍ରତିଫଳନ                     
=> ସର୍ବନିମ୍ନ ଶିକ୍ଷଣ ସ୍ତରର ପ୍ରତିଫଳନ
=> ସର୍ବନିମ୍ନ ଶିକ୍ଷଣ ସ୍ତରର ପ୍ରତିଫଳନ
=> ମୁଖସ୍ଥିକରଣର ପ୍ରତିଫଳନ..                      
=> ସ୍ଥାନୀୟ ପରିବେଶର ପ୍ରତିଫଳନ
=> ସ୍ଥାନୀୟ ପରିବେଶର ପ୍ରତିଫଳନ
6) କେଉଁଟି
ଉତ୍ତମ ହସ୍ତାକ୍ଷର ଲିଖନର ପରିପନ୍ଥୀ ? 
=> ଅକ୍ଷରଗୁଡିକୁ ନିର୍ଭୁଲ କରି ଲେଖିବା 
=> ଅକ୍ଷରର ଆକାର ସମାନ ରଖିବା 
=> ଶବ୍ଦ ଶବ୍ଦ ମଧ୍ୟରେ ବ୍ୟବଧାନ ନ ରଖିବା.. 
=> ଲିଖନର ଗତି କ୍ରମଶଃ ବୃଦ୍ଧି କରିବା 
7) ମୌଖିକଧାରାରେ କେଉଁଟି ଶିକ୍ଷାର୍ଥୀର ସହାୟକ ହୁଏ ନାହିଁ ? 
=> ଭାବବିନିମୟ ଦକ୍ଷତାର ବିକାଶ 
=> ଲିଖନ ଦକ୍ଷତାର ଅଭିବୃଦ୍ଧି.. 
=> ସାକ୍ଷାତକାରଜନିତ ଭୟ ଦୂରୀକରଣ 
=> ଭାବପ୍ରକାଶ ଦକ୍ଷତାର ଅଭିବୃଦ୍ଧି 
8) କେଉଁ
ଉକ୍ତିଟି ଏକ ଉତ୍ତମ ପ୍ରଶ୍ନ ପତ୍ରର ଲକ୍ଷଣରୂପେ ଗ୍ରାହ୍ୟ ? 
=> ପ୍ରଶ୍ନଗୁଡିକୁ ନିର୍ଦ୍ଧିଷ୍ଟ ଉତ୍ତରମୂଳକ ତଥା ସନ୍ତୁଳିତ ହୋଇଥିବା ଦରକାର.. 
=> ପ୍ରଶ୍ନଗୁଡିକ ଏକାଧିକ ଉତ୍ତରମୂଳକ ହେବା ଦରକାର
=> ପ୍ରଶ୍ନଗୁଡିକ ଆନୁମାନିକ ଉତ୍ତରମୂଳକ ହେବା ଦରକାର
=> ପ୍ରଶ୍ନଗୁଡିକ ବିଷୟଭିତ୍ତିକ ଅତି ଜଟିଳ ହେବା ଦରକାର 
9) ନିମ୍ନରେ ଦିଆଯାଇଥିବା ପ୍ରଶ୍ନଗୁଡିକ ମଧ୍ୟରୁ କେଉଁଟି ବୋଧାତ୍ମକ ପ୍ରଶ୍ନ ? 
=> 'ଆକାଶ ' ର ଵିପରୀତାର୍ଥବୋଧକ ଶବ୍ଦ ଲେଖ |
=> କଖାରୁ ଫୁଲ ଦେଖିବାକୁ କେଉଁ ରଙ୍ଗର ? 
=> ଦୁଇଟି ଫଳର ନାମ କୁହ |
=> ବୃକ୍ଷଲତା ଆମର କାହିଁକି ଦରକାର ?.. 
10) ପ୍ରାଥମିକ ସ୍ତରରେ ପ୍ରସ୍ତୁତ ସମନ୍ବିତ ପାଠ୍ୟପୁସ୍ତକର କେଉଁଟି ଏକ ବିଶେଷତ୍ୱ ନୁହେଁ ? 
=> ମୂଲ୍ୟାୟନ କାର୍ଯ୍ୟଭିତ୍ତିକ               => ବିମୂର୍ତ୍ତ ଧାରଣାଭିତ୍ତିକ.. 
=> ଅଭିଜ୍ଞତାଭିତିକ                              => ଅଭ୍ୟାସ କାର୍ଯ୍ୟଭିତ୍ତିକ 
11) କେଉଁ
ପଠନ ଦ୍ୱାରା ପ୍ରସଙ୍ଗ ନିହିତ ଭାବଧାରା ବୁଝିବା ପାଇଁ ବିଦ୍ୟାର୍ଥୀମାନେ ସମର୍ଥ ହୁଅନ୍ତି ? 
=> ଦ୍ରୁତ ପଠନ 
=> ନିରବ ପଠନ.. 
=> ଉଚ୍ଚ ପଠନ 
=> ଦଳଗତ ପଠନ 
12) ନିମ୍ନୋକ୍ତମଧ୍ୟରୁ କେଉଁଟି ଭାଷାଶିକ୍ଷା ସହାୟକ କାର୍ଯ୍ୟକ୍ରମର ଅନ୍ତର୍ଗତ ନୁହେଁ ? 
=> କବିତା ରଚନା ପ୍ରତିଯୋଗୀତା 
=>ଆବୃତ୍ତି ପ୍ରତିଯୋଗିତା 
=> ପ୍ରାଚୀର ପତ୍ରିକା 
=> ପାଠଯୋଜନା.. 
13) ନିମ୍ନୋକ୍ତ ମଧ୍ୟରୁ କେଉଁଟି ବହୁଭାଷୀ ଶିକ୍ଷାର୍ଥୀମାନଙ୍କ ନିକଟରେ ଦେଖାଯାଏ ନାହିଁ ? 
=> କମ କଥନଦକ୍ଷତା 
=> ସୀମିତ ଶବ୍ଦଭଣ୍ଡାର 
=> ନିର୍ଭୁଲ ବାକ୍ୟଗଠନ କରି ନପାରିବା 
=> ପ୍ରଶ୍ନର ଉତ୍ତର ଭଲଭାବରେ ଲେଖିପାରିବା.. 
14) ଗୁଣାତ୍ମକ ଶିକ୍ଷାର ଲକ୍ଷ୍ୟ ହାସଲ ପାଇଁ କେଉଁଟି ଏକାନ୍ତ ଅପରିହାର୍ଯ୍ୟ ? 
=> ଶିକ୍ଷଣ ସାମଗ୍ରୀ 
=> ବ୍ୟାବହାରିକ ବ୍ୟାକରଣ 
=> ଔପଚାରିକ ଶିକ୍ଷା 
=> ଦକ୍ଷ ଶିକ୍ଷକ.. 
15) ଜଣେ
ଶିକ୍ଷକ ସାହିତ୍ୟରେ 50 ନମ୍ବର ପାଇଁ ଏକ ପ୍ରଶ୍ନସେଟ୍ ପ୍ରସ୍ତୁତ କରି ଷଷ୍ଠ ଶ୍ରେଣୀରେ ପରୀକ୍ଷା କଲେ | ସେହି ପ୍ରଶ୍ନକୁ ସେହି ଶିକ୍ଷାବର୍ଷର ବିଭିନ୍ନ ସମୟରେ ପରୀକ୍ଷା କରି ଦେଖିଲେ ଯେ ପିଲାମାନଙ୍କ ଲବ୍ଧଙ୍କରେ ପ୍ରାୟ ତାରତମ୍ୟ ଦେଖାଯାଉନାହିଁ | ଏହା ସେହି ପ୍ରଶ୍ନର କେଉଁ ବୈଶିଷ୍ଟ୍ୟକୁ ସୂଚାଉଛି |
=> ଉପଯୋଗୀତା 
=> ବୈଧତା 
=> ବସ୍ତୁନିଷ୍ଠତା 
=> ବିଶ୍ୱସନୀୟତା..
16) ବହୁଭାଷୀ ଶିକ୍ଷାର୍ଥୀଙ୍କ ଭାଷାଗତ ସମସ୍ୟା ଦୂର କରିବା ପାଇଁ କେଉଁଟି ଉଚିତ ପଦକ୍ଷେପ ? 
=> ମାନକଭାଷା ଉପରେ ଗୁରୁତ୍ୱ 
=> ପୁସ୍ତକର ଭାଷା ଉପରେ ଗୁରୁତ୍ୱ 
=> ଘରର ଭାଷା ଉପରେ ଗୁରୁତ୍ୱ.. 
=> ମନକଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତି 
17) କେଉଁଟି
ବର୍ଣ୍ଣାଶୁଦ୍ଧି ନିରାକରଣ ପାଇଁ ଉପଯୋଗୀ ନୁହେଁ ? 
=> ନିରବ ପଠନ.. 
=> ବନାନ ଖେଳ 
=> ଅଭିଧାନ ବ୍ୟବହାର 
=> ଦୃଷ୍ଟଲିଖନ 
18) କେଉଁଟି
ନିରନ୍ତର ମୂଲ୍ୟାୟନ ସହ ସମ୍ପର୍କିତ ? 
=> ଧାରାବାହିକ ପରୀକ୍ଷା.. 
=> ପ୍ରବୀଣତା ପରୀକ୍ଷା 
=> କୃତି ପରୀକ୍ଷା 
=> ବାର୍ଷିକ ପରୀକ୍ଷା 
19) ଏକ
ସୁଷମ ପ୍ରଶ୍ନପତ୍ର ପ୍ରସ୍ତୁତ ବେଳେ ଶିକ୍ଷକ କେଉଁ ଦିଗପ୍ରତି ଅଧିକ ଦୃଷ୍ଟି ଦେବ ଆବଶ୍ୟକ ?
=> ପ୍ରଶ୍ନପତ୍ରରେ ଏକ ନିର୍ଦ୍ଧିଷ୍ଟ ବିଷୟରୁ ପ୍ରଶ୍ନ ସଂଯୁକ୍ତ ରହିବ 
=> ପ୍ରଶ୍ନପତ୍ରଟିରେ କେବଳ ଦୀର୍ଘ-ଉତ୍ତରମୂଳକ ପ୍ରଶ୍ନ ସଜ୍ଜିତ ହେବ 
=> ପ୍ରଶ୍ନପତ୍ରଟିରେ କେବଳ ବିଷୟଭିତ୍ତିକ ପ୍ରଶ୍ନ ରହିବ 
=> ପ୍ରଶ୍ନପତ୍ରଟି ପ୍ରଶ୍ନପତ୍ରର ଏକ ନକ୍ସା ଅନୁସାରେ ପ୍ରସ୍ତୁତ କରାଯିବ.. 
20) କେଉଁଟି
ଶିକ୍ଷାଦାନ-ଶିକ୍ଷଣ ପ୍ରକ୍ରିୟାର କେନ୍ଦ୍ରବିନ୍ଦୁ ?
=> ପାଠ୍ୟପୁସ୍ତକ 
=> ଶିକ୍ଷକ 
=> ବିଦ୍ୟାର୍ଥୀ.. 
=> ପାଠ୍ୟକ୍ରମ 
21) ନିମ୍ନୋକ୍ତ କେଉଁଟି ଶିଶୁ ମନରେ ଶିକ୍ଷାଗ୍ରହଣ କରିବା ପାଇଁ ଆଗ୍ରହ ସୃଷ୍ଟି କରେ ନାହିଁ ? 
=> ଶିକ୍ଷକ-କୈନ୍ଦ୍ରିକ ପନ୍ଥା.. 
=> ଶିକ୍ଷାର୍ଥୀ-କୈନ୍ଦ୍ରିକ ପନ୍ଥା 
=> ପ୍ରକ୍ରିୟାଭିତ୍ତିକ ପନ୍ଥା 
=> କାର୍ଯ୍ୟଭିତ୍ତିକ ପନ୍ଥା 
22) ବିଦ୍ୟାଳୟରେ ପ୍ରାଚୀରପତ୍ର ପ୍ରଦର୍ଶନ ଦ୍ୱାରା କି ଉପକାର ସାଧିତ ହୋଇନଥାଏ ? 
=> ପିଲାମାନଙ୍କର ପଠନ ଦକ୍ଷତା ବୃଦ୍ଧି 
=> ପିଲାମାନଙ୍କର ଉପସ୍ଥାନ ବୃଦ୍ଧି.. 
=> ପିଲାମାନଙ୍କର ଲିଖନ ଦକ୍ଷତା ବୃଦ୍ଧି 
=> ପିଲାମାନଙ୍କର ସାମାଜିକ ସମ୍ପର୍କ ବୃଦ୍ଧି 
23) ନିର୍ଦ୍ଧିଷ୍ଟ ଉତ୍ତରମୂଳକ ପ୍ରଶ୍ନ ତିଆରି କରିବାପାଇଁ କେଉଁଟି ଉପଯୁକ୍ତ ନୁହେଁ ?
=> ପ୍ରଶ୍ନଗୁଡିକ ଶୈକ୍ଷିକ ଉଦ୍ଦେଶ୍ୟକୁ ଭିତ୍ତିକରି ପ୍ରସ୍ତୁତ କରାଯିବ 
=> ପ୍ରଶ୍ନର ନିର୍ଦ୍ଦେଶ ଗୁଡିକ ପରିଷ୍କାର ଓ ସରଳ ଭାଷାରେ ଲେଖାଯିବ 
=> ପ୍ରଶ୍ନର ଅଯଥା ବାଗାଡମ୍ବର ନରହିବା 
=> ଉତ୍ତରରେ ପ୍ରତ୍ୟେକ ପରୀକ୍ଷକଙ୍କ ମତାମତ ଭିନ୍ନ ହେବା.. 
24) ଉଚ୍ଚ
ପ୍ରାଥମିକ ସ୍ତରରେ ପାଠ୍ୟପୁସ୍ତକ ନିର୍ବାଚନ କ୍ଷେତ୍ରରେ କେଉଁ ବିଷୟ ପ୍ରତି ପ୍ରାଧାନ୍ୟ ଦେବ| ଉଚିତ ନୁହେଁ ? 
=> ପ୍ରତିକୂଳ ବିଷୟବସ୍ତୁ ଚୟନ.. 
=> ରୁଚିକର ବିଷୟବସ୍ତୁ ଚୟନ 
=> ସମସ୍ୟା ଓ ସମାଧାନ ଭିତ୍ତିକ ବିଷୟବସ୍ତୁ ଚୟନ 
=> କଳ୍ପନା ଓ ଯୁକ୍ତିଶକ୍ତି ବିକାଶ କରିବାରେ ସହାୟକ ବିଷୟବସ୍ତୁ ଚୟନ
25) ପାଠଯୋଜନାର ମୁଖ୍ୟ ଲକ୍ଷ୍ୟଟି କ'ଣ ? 
=>କେବଳ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରିଚାଳନା କରିବା 
=> ଶ୍ରେଣୀଗୃହରେ ଶୃଙ୍ଖଳା ରକ୍ଷା କରିବା 
=> ପ୍ରସଙ୍ଗ ଉପସ୍ଥାପନ, ଗଠନାତ୍ମକ ମୂଲ୍ୟାୟନ ଓ ଲବ୍ଧଜ୍ଞାନ ପରୀକ୍ଷା କରିବା.. 
=> ପାଠ୍ୟ ବିଷୟବସ୍ତୁକୁ କଳାପଟାରେ ଲେଖିବା 
26) ଗ୍ରାମରେ ଏକ ନଳକୂପ ସ୍ଥାପନା ନିମନ୍ତେ ବି. ଡି. ଓ. ଙ୍କୁ ଏକ ଦରଖାସ୍ତ ଲେଖ -- ଏହା କେଉଁ ପ୍ରକାର ପତ୍ରର ଅନ୍ତର୍ଗତ ? 
=> ଔପଚାରିକ.. 
=> ଅନୌପଚାରିକ 
=> ନିମନ୍ତ୍ରଣ 
=> ଵାଣିଜ୍ୟିକ 
27) କେଉଁଟି
ସ୍ଵଶିକ୍ଷଣର ପରିପନ୍ଥୀ ?
=> ଶିକ୍ଷକଙ୍କ ସହାୟତାରେ ପାଠ ବୁଝିବା        
=> ଶିକ୍ଷକଙ୍କ ବିନା ସହାୟତାରେ ପାଠ ବୁଝିବା..    
=> ଶିକ୍ଷଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା 
=> ଶବ୍ଦ ପ୍ରୟୋଗ କ୍ଷେତ୍ରରେ ସ୍ଵଦକ୍ଷତାର ବୃଦ୍ଧି ଘଟାଇବା 
28) କେଉଁଟି
ଗଦ୍ୟ ଶିକ୍ଷାଦାନର ଉଦ୍ଦେଶ୍ୟ ନୁହେଁ ? 
=> ଶ୍ରବଣ-ଲିଖନ-ପଠନ ଦକ୍ଷତାର ଅଭିବୃଦ୍ଧି 
=> ଭାଷାର ପ୍ରୟୋଗ ଵିଧି ସମ୍ପର୍କରେ ଧାରଣା ପ୍ରାପ୍ତି 
=> ଚିନ୍ତାଶକ୍ତି ଓ ଯୁକ୍ତିଶକ୍ତିର ଅଭିବୃଦ୍ଧି ନ ଘଟିବା.. 
=> ବ୍ୟାପକ ପଠନ ପାଇଁ ଆଗ୍ରହ ସୃଷ୍ଟି 
29) ଶିକ୍ଷା
ବର୍ଷ ଶେଷରେ ଯେଉଁ ମୂଲ୍ୟାୟନ କରାଯାଏ ତାହାକୁ କଣ କୁହାଯାଏ ? 
=> ପୋର୍ଟଫୋଲିଓ ମୂଲ୍ୟାୟନ
=> ସାମଗ୍ରିକ ମୂଲ୍ୟାୟନ.. 
=> ପ୍ରବୀଣତା ପରୀକ୍ଷଣ 
=> କେଉଁଟି ବି ନୁହଁ 
30) କେଉଁଟି
ଉତ୍ତମ ପତ୍ରର ଲକ୍ଷଣ ନୁହେଁ ? 
=> ବିନମ୍ର ଭାବରେ ଲେଖିବା 
=> ସମ୍ଭୋଧନ ଭଦ୍ର ଓ ଶିଷ୍ଟ ହେବା 
=> ଭାଷା କୋମଳ ହେବା
=> ଯେ କୌଣସି ଶୈଳୀ ପ୍ରୟୋଗ କରିବା.. 
31) କେଉଁଟି ସୃଜନାତ୍ମକ ଲିଖନର ଅନ୍ତର୍ଭୁକ୍ତ ନୁହେଁ ? 
=> ଚିତ୍ର ଦେଖି ଗପ ଲେଖିବା                 => ମୁଖସ୍ଥ କରିଥିବା କବିତାଟିଏ ଲେଖିବା.. 
=> ଗୋଟିଏ ନାମକରଣକୁ ନେଇ କବିତା ଲେଖିବା 
=> କେତୋଟି ଅସମ୍ପର୍କିତ ଶବ୍ଦକୁ ନେଇ ଅନୁଚ୍ଛେଦ ଲେଖିବା 
32)
"ସମୁଦ୍ରରେ ବୁଡିବ ଯାହାର ବୃତ୍ତି, ତାଙ୍କୁ ---- କୁହାଯାଏ |" ଏହା କେଉଁ ପ୍ରକାର ପ୍ରଶ୍ନ ? 
=> ବସ୍ତୁନିଷ୍ଠ..
=> ଅଭିବ୍ୟକ୍ତି ମୂଳକ
=> ଦୃଷ୍ଟାନ୍ତମୂଳକ 
=> ଚୟନମୂଳକ 
33) ସାଧାରଣତଃ ଏକଭାବବିଶିଷ୍ଟ ଭିନ୍ନ ଭିନ୍ନ ଖଣ୍ଡ ବାକ୍ୟ ମଧ୍ୟରେ କେଉଁ ଚି଼ହ୍ନ ଦିଆଯାଏ ? 
=> କମା ( , )
=> ସେମିକୋଲନ ( ; )..
=> କୋଲନ ( : )
=> ଡ୍ୟାସ (----)
34) କୋଲନ
କେଉଁ କ୍ଷେତ୍ରରେ ବ୍ୟବହାର କରାଯାଏ ? 
=> ଲେଖାମଧ୍ୟରେ କୌଣସି ଶବ୍ଦର ଅର୍ଥ ସ୍ପଷ୍ଟ କରିବାକୁ ହେଲେ 
=> ଆବେଗ ଓ ଉଚ୍ଛାସକୁ ପ୍ରକାଶ କରିବାକୁ 
=> ବାକ୍ୟ ସମାପ୍ତ ହେଲେ 
=> ସେମିକୋଲନ ଠାରୁ ବେଶୀ ବିରାମ ଓ ପୂର୍ଣ୍ଣଚ୍ଛେଦ ଠାରୁ କମ୍ ବିରାମ ଦରକାର ହେଲେ.. 
35) ବିରାମଚିହ୍ନ ସେମିକୋଲନ( ; ) ର ବ୍ୟବହାର କେଉଁଠି  ହୁଏ
? 
=> ଶବ୍ଦାନ୍ସକୁ ପରବର୍ତ୍ତୀ ଧାଡିରେ ଥିବା ଶବ୍ଦାନ୍ସ ସହ ଯୋଗ କରିବାକୁ 
=> ବାକ୍ୟ ସମାପ୍ତ ହେଲେ 
=> ଶବ୍ଦାର୍ଥକୁ ଅଧିକ ସ୍ପଷ୍ଟ କରିବା ପାଇଁ 
=> ଏକ ଭାବ ବିଶିଷ୍ଟ ଭିନ୍ନ ଭିନ୍ନ ଖଣ୍ଡବାକ୍ୟ ମଧ୍ୟରେ.. 
36) ବାକ୍ୟ
ମଧ୍ୟରେ କମା ( , ) ଠାରୁ ଟିକିଏ ଅଧିକ ବିରାମର ଆବଶ୍ୟକତା ଥିଲେ କେଉଁ ଚି଼ହ୍ନ ଦିଆଯାଏ ? 
=> ଉଦ୍ଧୃତି                                 =>
ହାଇଫେନ୍
=> ସେମିକୋଲନ..                    => କୋଲନ 
37) ଦୀର୍ଘ
ଉତ୍ତରମୂଳକ ପ୍ରଶ୍ନର ମୂଲ୍ୟାୟନ ଭିନ୍ନ ଭିନ୍ନ ପରୀକ୍ଷକଙ୍କ ଦ୍ୱାରା ଭିନ୍ନ ଭିନ୍ନ ହୋଇଥାଏ - କେଉଁଟି ଏହାର ମୁଖ୍ୟ କାରଣ ? 
=> ଉତ୍ତରର ଦୀର୍ଘତା 
=> ବ୍ୟକ୍ତି ନିଷ୍ଠତା.. 
=> ଉତ୍ତରର ତାରତମ୍ୟତା 
=> ବିଭିନ୍ନ ଶିକ୍ଷକ ଉଦ୍ଦେଶ୍ୟର ପରିମାପ
38) ପ୍ରାଥମିକ ସ୍ତରରେ ମାତୃଭାଷା ଶିକ୍ଷଣର କେଉଁଟି ଲକ୍ଷ୍ୟ ନୁହେଁ ?
=> ଶ୍ରବଣ ଦକ୍ଷତାର ବିକାଶ ସାଧନ
=> କଥନ ଦକ୍ଷତାର ବିକାଶ ସାଧନ
=> ଯୌକ୍ତିକତାର ବିକାଶ ସାଧନ..
=> ଲିଖନ ଦକ୍ଷତାର ବିକାଶ ସାଧନ
39) କେଉଁଟି
ବହୁଭାଷୀ ସମସ୍ୟା ଦୂର କରିବାର ଉପାୟ ନୁହେଁ ?
=> ଦ୍ବିଭାଷୀୟ ପାଠ୍ୟପୁସ୍ତକ ପ୍ରସ୍ତୁତି
=> ପାରିବାରିକ ଭାଷା ଉପରେ ଗୁରୁତ୍ୱ
=> ଆଞ୍ଚଳିକତା ଉପରେ ଗୁରୁତ୍ୱ ନ ଦେବା..
=> ଆଞ୍ଚଳିକତା ଉପରେ ଗୁରୁତ୍ୱ ପ୍ରଦାନ
40) ଲେଖା
ମଧ୍ୟରେ କୌଣସି ଶବ୍ଦର ଅର୍ଥ ଅଧିକ ସ୍ପଷ୍ଟ କରିବାକୁ ସୂଚନା ଦେବାକୁ ହେଲେ କେଉଁ ଚି଼ହ୍ନ ଦିଆଯାଏ ?
=> ଉଦ୍ଧୃତି (" ")
=> ଡ୍ୟାସ (--)
=> କମା (, )
=> ବନ୍ଧନୀ ( )..
41) ' ଦେଖି
ନାହିଁ କେତେଦିନୁ ଖଣ୍ଡଗିରି ' କବିତାଟି ପିଲାଙ୍କୁ ପଢ଼ାଇବା ଦ୍ୱାରା କେଉଁ ଉଦ୍ଦେଶ୍ୟ ସାଧିତ ହୋଇନଥାଏ ?
=> ଅବେଗିକ ବିକାଶ
=> ବୌଦ୍ଧିକ ବିକାଶ
=> ସାଂସ୍କୃତିକ ବିକାଶ
=> ଶାରୀରିକ ବିକାଶ..
42) କେଉଁ
କାର୍ଯ୍ୟଟି ଲିଖନର ବିକାଶରେ ସହାୟକ ହୁଏ ନାହିଁ ?
=> ଚିତ୍ର ଆଙ୍କି ସେ ବିଷୟରେ ଲେଖିବା
=> ଅଧାଗପକୁ ନେଇ ପୁରାଗପ ଲେଖିବା
=> ଉଚ୍ଚସ୍ୱରରେ ପଢିବା..
=> ଛୋଟ ଛୋଟ ପ୍ରଶ୍ନଗୁଡିକର ଉତ୍ତର ଲେଖିବା
43) କେଉଁଟି
ଔପଚାରିକ ପତ୍ର ନୁହେଁ ?
=> ଦରଖାସ୍ତ
=> ନିମନ୍ତ୍ରଣ ପତ୍ର
=> କାର୍ଯ୍ୟାଳୟ ପତ୍ର
=> ପାରିବାରିକ ପତ୍ର..
44) ନିରବ
ପଠନ ଦ୍ୱାରା କେଉଁ ଉଦ୍ଦେଶ୍ୟ ସାଧିତ ହୋଇଥାଏ ?
=> ବର୍ଣ୍ଣାଶୁଦ୍ଧି ଦୂର ହୁଏ
=> ପଠିତ ଅଂଶର ଭାବବୋଧ ସୁଗମ ହୋଇଥାଏ..
=> ଉଚ୍ଚାରଣଗତ ତ୍ରୁଟି ଦୂର ହୁଏ
=> ଲିଖନ ଅଭ୍ୟାସର ଅଭିବୃଦ୍ଧି ଘଟେ
45) କେଉଁଟି
ବର୍ଣ୍ଣାଶୁଦ୍ଧି ନିରାକରଣର ଉପାୟ ନୁହେଁ ?
=> ଶ୍ରୁତଲିଖନ                                  => ଦୃଷ୍ଟଲିଖନ
=> ଅଭିଧାନ ବ୍ୟବହାର                    => ଦ୍ରୁତ ପଠନ..
46) ଗୋଟିଏ
ଶବ୍ଦ, ପଦ ବା ବାକ୍ୟ ବ୍ୟବହାରର ଉଦାହରଣ ଦେଇ ଠିକ ସେହିପରି ପରିସ୍ଥିତିରେ ନୂତନ ଶବ୍ଦ  ପଦ
ବା ବାକ୍ୟର ବ୍ୟବହାର କରିବାକୁ ଶିକ୍ଷାର୍ଥୀଙ୍କୁ କୁହାଗଲେ ତାହା କେଉଁ ପ୍ରକାର ପ୍ରଶ୍ନ ହେବ ?
=> ବର୍ଗୀକରଣ ମୂଳକ
=> ପୁନଃସଜ୍ଜିକରଣ ମୂଳକ
=> ମେଳକ ସୂଚକ
=> ଦୃଷ୍ଟାନ୍ତ ମୂଳକ..
47) ପ୍ରାଥମିକ ସ୍ତରରେ ମାତୃଭାଷା ଶିକ୍ଷଣର କେଉଁଟି ଲକ୍ଷ୍ୟ ନୁହେଁ ?
=> ମାନବିକ ଗୁଣାବଳୀ ଓ ମୂଲ୍ୟବୋଧର ବିକାଶ
=> ଉତ୍ତମ ନାଗରିକ ଗଠନ
=> ପିଲାଙ୍କ ସମ୍ମାନ ବର୍ଦ୍ଧନ..
=> ସର୍ଜନଶୀଳତାର ବିକାଶ
48) କେଉଁଟି
ବର୍ଣ୍ଣାସୁଧି ନିରାକରଣର ଉପାୟ ନୁହେଁ ?
=>ଶ୍ରୁତଲିଖନ
=> ବନାନ ଖେଳ
=> ତ୍ରୁଟିପୂର୍ଣ୍ଣ ଉଚ୍ଚାରଣ..
=> ଅଭିଧାନ ବ୍ୟବହାର
49) ଶ୍ରେଣୀରେ ଭାଷାଗତ ଭିନ୍ନତା କାହିଁକି ଦେଖାଯାଏ ?
=> ଗୋଟିଏ ଭାଷା ଜାଣିଥିବା ପିଲା ଆସୁଥିବାରୁ
=> ଗୋଟିଏ ପ୍ରକାରର ପିଲା ଆସୁଥିବାରୁ
=> ଭିନ୍ନ ଭିନ୍ନ ଅଞ୍ଚଳ ବା ପରିବେଶର ପିଲା ଆସୁଥିବାରୁ..
=> ଗୋଟିଏ ପରିବାର ବା ସଂସ୍କୃତି ଭିତରୁ ପିଲା ଆସୁଥିବାରୁ
50) ଠିକ୍
ବନାନ ଥିବା ଶବ୍ଦ ଚାରିପଟେ ଗୋଲ ବୁଲାଇବାକୁ କୁହାଯାଇଥିଲେ ତାହା କେଉଁ ପ୍ରକାର ପ୍ରଶ୍ନ ହେବ ?
=> ସତ୍ୟାସତ୍ୟ ପ୍ରଶ୍ନ
=> ଉତ୍ତର ଚୟନମୂଳକ ପ୍ରଶ୍ନ..
=> ପୁନଃ ସଜ୍ଜିକରଣ ପ୍ରଶ୍ନ
=> ମେଳକ ପ୍ରଶ୍ନ
51) ମାତୃଭାଷା ଶିକ୍ଷାଦାନରେ କେଉଁ ପଦ୍ଧତି ସହାୟକ ନୁହେଁ ?
=> ଗଳ୍ପ କଥନ
=> ଅନୁବାଦ..
=> ଛବି ପ୍ରଣାଳୀ
=> ଶବ୍ଦାର୍ଥବୋଧ
52) ଲେଖା
ମଧ୍ୟରେ କୌଣସି ଶବ୍ଦର ଅର୍ଥକୁ ଅଧିକ ବିଶଦ କରିବାକୁ କେଉଁ ବିରାମ ଚି଼ହ୍ନର ବ୍ୟବହାର କରାଯାଏ ?
=> ଉଧୃତି
=> ବନ୍ଧନୀ..
=> କୋଲନ୍
=> ସେମିକୋଲନ୍
53) କେଉଁଟି
ସୃଜନାତ୍ମକ ଲିଖନରେ ସହାୟକ ହୋଇ ନଥାଏ ?
=> ଚିତ୍ର ଦେଖି ଗଳ୍ପ ଲେଖିବା
=> ଅନୁଚ୍ଛେଦର ଅବିକଳ ନକଲ କରିବା..
=> ଗୋଟିଏ ନାମକରଣକୁ ନେଇ ଗଳ୍ପ ଲେଖିବା
=> କେତୋଟି ଶବ୍ଦକୁ ନେଇ ଅନୁଚ୍ଛେଦ ଲେଖିବା
54)  ପ୍ରାକ୍-ଲିଖନ ନିମନ୍ତେ ନିମ୍ନୋକ୍ତ କେଉଁଟି ଯଥାର୍ଥ ପନ୍ଥା ନୁହେଁ ?
=> ବିନ୍ଦୁଯୋଡି ଚିତ୍ର ଆଙ୍କିବା
=> ଗାରଟାଣି ଚିତ୍ରରେ ରଙ୍ଗଦେବା
=> କଲମ ଧରାଇ ଅକ୍ଷର ଲେଖିବାକୁ କହିବା..
=> କେଉଁଟି ନୁହେଁ
55) ପ୍ରାଥମିକ ସ୍ତରରେ ଶିକ୍ଷାଦାନ ନିମନ୍ତେ କେଉଁ ପଦ୍ଧତିଟି ଉପଯୋଗୀ ନୁହେଁ ?
=> ଶିକ୍ଷଣକାର୍ଯ୍ୟ ପଦ୍ଧତି
=> କ୍ରିୟା ପ୍ରତିକ୍ରିୟା ପଦ୍ଧତି
=> କ୍ରୀଡା ପଦ୍ଧତି
=> ସଂବ୍ୟାପକ ମୂଲ୍ୟାୟନ ପଦ୍ଧତି..
56) ଏକକ
ଶିକ୍ଷାଦାନ ଶେଷରେ ପରୀକ୍ଷଣ କରାଯାଇଥାଏ  | ଏହା
ମୁଖ୍ୟତଃ କେଉଁ ପ୍ରକାର ମୂଲ୍ୟାୟନ ?
=> ସାମଗ୍ରିକ..
=> ଗଠନାତ୍ମକ
=> ବ୍ୟବସ୍ଥାନ
=> ନିଦନାତ୍ମକ
57) ମାତୃଭାଷା ଶିକ୍ଷାଦାନର ପ୍ରାଥମିକ ସ୍ତରରେ କେଉଁ ଦୁଇଟି କୌଶଳକୁ ଗୁରୁତ୍ୱ ଦେବା ଉଚିତ ?
=> ପଠନ ଓ ଲିଖନ
=> ଶ୍ରବଣ ଓ କଥନ..
=> କଥନ ଓ ପଠନ
=> ଶ୍ରବଣ ଓ ଲିଖନ
58) ବର୍ଣ୍ଣାସୁଧି ନିରାକରଣ ପାଇଁ କେଉଁଟି ଅଧିକ ଉପଯୋଗୀ ?
=> ଦ୍ରୁତ ପଠନ
=> ଲିଖନ ଅଭ୍ୟାସ..
=> କଥୋପକଥନ
=> ବିରାମଚିହ୍ନର ବ୍ୟବହାର
59) ବାକ୍ୟ
ମଧ୍ୟରେ ଘୃଣା ଓ ସନ୍ଦେହ ପ୍ରକାଶ ପାଉଥିଲେ କେଉଁ ବିରାମଚିହ୍ନ ଦିଆଯାଏ ?
=> ଉଧୃତ
=> ବନ୍ଧନୀ
=> ପୂର୍ଣ୍ଣଛେଦ
=> ବିଷ୍ମୟସୂଚକ..
60) କେଉଁଟି
ମାତୃଭାଷା ଶିକ୍ଷାଦାନରେ ମୂଲ୍ୟାୟନ ବିଧିର ଉଦ୍ଦେଶ୍ୟ ସମ୍ପର୍କିତ ନୁହେଁ ?
=> ଛାତ୍ର-ଛାତ୍ରୀ ମାନଙ୍କର ଦୁର୍ବଳତା ଚି଼ହ୍ନଟକରି ତାହା ନିରାକରଣ କରିବା
=> ବେଶୀ ନମ୍ବର ରଖୁଥିବା ଶିଶୁମାନଙ୍କୁ ପୁରସ୍କୃତ କରିବା..
=> ପଠଦାନକୁ ବ୍ୟକ୍ତି-କୈନ୍ଦ୍ରିକ, ସହଜ ଓ ସରଳ କରିବା
=> ପଢାଶୁଣାରେ ଅଧିକ ମନୋନିବେଶ କରିବା ପାଇଁ ଉତ୍ସାହିତ କରିବା
61) ପ୍ରାଥମିକ ସ୍ତରରେ ମାତୃଭାଷା ଶିକ୍ଷାଦାନ ପାଇଁ କେଉଁ ଭାଷା ମାଧ୍ୟମଟି ଫଳପ୍ରଦ ନୁହେଁ ?
=> ପୁସ୍ତକର ଭାଷା..
=> ଆଞ୍ଚଳିକ ଭାଷା
=> ପାରିବାରିକ ଭାଷା
=> କଥିତ ଭାଷା
62) କେଉଁଟି
ପ୍ରାକ୍-ଲିଖନ କାର୍ଯ୍ୟକ୍ରମ ସମ୍ପର୍କିତ ନୁହେଁ ?
=> ଚିତ୍ର ମଧ୍ୟରେ ରଙ୍ଗ ଦେବା                          => ଗୋଟିଏ ଗୋଲାକାର 'O' ଲେଖିବା
=> ଦୁଇ ଧାଡି ମଧ୍ୟରେ ଅକ୍ଷର ଲେଖିବା..           => ବିନ୍ଦୁଯୋଡି ଚିତ୍ର ଆଙ୍କିବା
63) ଶୁଦ୍ଧ
ଶବ୍ଦ ଲିଖନ ପାଇଁ କେଉଁଟି ଆବଶ୍ୟକ?
=> ଅକ୍ଷର ଖେଳ
=> ବନାନ ଖେଳ..
=> ଶବ୍ଦାନ୍ତ ଖେଳ
=> ଅନ୍ତାକ୍ଷରୀ ଖେଳ
64) କେଉଁ
ପ୍ରକାର ମୁଲ୍ୟାୟନରେ ପ୍ରଶ୍ନଗୁଡିକ ମୁଖ୍ୟତଃ ପାଠ୍ୟକ୍ରମ ବହିର୍ଭୂତ ହୋଇଥାଏ ?
=> ଉପଲବ୍ଧି ପରୀକ୍ଷଣ
=> ପ୍ରବୀଣତା ପରୀକ୍ଷଣ..
=> ଲବ୍ଧଜ୍ଞାନ ପରୀକ୍ଷଣ
=> ସାମଗ୍ରିକ ମୂଲ୍ୟାୟନ
65) କେଉଁଟି
ଦରଖାସ୍ତ ବା ପତ୍ରଲିଖନର ଉଦ୍ଦେଶ୍ୟ ନୁହେଁ ?
=> ମପାଚୁପା ଭାଷା, ଚଳନ୍ତି ଭାଷା ଇତ୍ୟାଦିର ପ୍ରୟୋଗ ପାଇଁ ସୁଯୋଗ ସୃଷ୍ଟି
=> ସଂକ୍ଷେପରେ ମନର ଭାବକୁ ପ୍ରକାଶ କରିବା
=> ଭାବର ସାନ୍ଧ୍ରତା, ବିନମ୍ରତା ଇତ୍ୟାଦି ଗୁଣଗୁଡିକୁ ଭାଷାରେ ପ୍ରକାଶ କରିବା
=> ବର୍ଣ୍ଣାଶୁଦ୍ଧି ନିରାକରଣର କୌଶଳ ଜାଣିବା..
66) ବିରାମଚିହ୍ନ ହାଇଫେନ୍ ( - ) କେଉଁଠି ବ୍ୟବହାର କରାଯାଏ ?
=> କୌଣସି ଅନୁଛେଦର ଶିରୋନାମା ପରେ
=> ଧାଡି ଅଧା ବା ଖଣ୍ଡିଆ ରହିଗଲେ..
=> ଲେଖା ମଧ୍ୟରେ କୌଣସି ଅର୍ଥକୁ ସ୍ପଷ୍ଟ କରିବା ପାଇଁ
=> ସମ୍ବୋଧନ ପରେ ବା ପୂର୍ବରୁ
67) ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅନୌପଚାରିକ ପତ୍ର ?
=> ବାଣିଜ୍ୟିକ                        
=> ସରକାରୀ
=> ସରକାରୀ
=> ବ୍ୟକ୍ତିଗତ..
=> ନିମନ୍ତ୍ରଣ
=> ନିମନ୍ତ୍ରଣ
68) ନିମ୍ନୋକ୍ତ କେଉଁ ପ୍ରକାର ପ୍ରଶ୍ନରେ ବ୍ୟକ୍ତିନିଷ୍ଠତା ଦୋଷ ପ୍ରାୟ ରହିଥାଏ ?
=> ମେଳକ
=> ବସ୍ତୁନିଷ୍ଠ
=> ବହୁବିକଳ୍ପ
=> ସଂକ୍ଷିପ୍ତ ଉତ୍ତରମୂଳକ..
69) ' ଆମ
ଅଞ୍ଚଳର ଭୂମିରୂପ ' ପ୍ରସଙ୍ଗଟି ପଢାଇବାର ବିଶେଷ ଉଦ୍ଦେଶ୍ୟ କଣ ହେବ ?
=> କୃଷିପ୍ରତି ବିଦ୍ୟାର୍ଥୀମାନେ ଆଗ୍ରହୀ ହେବେ ?
=> କୃଷି ଅଫିସରଙ୍କ ସହ କଥାବାର୍ତ୍ତାର ସୁଯୋଗ ପାଇବେ
=> ଚାକିରୀପ୍ରତି ଆଗ୍ରହୀ ନ ହୋଇ କୃଷିଦ୍ୱାରା ସ୍ୱାବଲମ୍ବୀ ହେବାକୁ ଯତ୍ନଶୀଳ ହେବେ..
=> ଗାଁର ଜମି ଗୁଡିକ ବର୍ଗୀକରଣ କରିବେ
70) ଭାଷାଶିକ୍ଷା ନିମନ୍ତେ କେଉଁଟି ସହାୟକ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ନୁହେଁ ?
=> ଶବ୍ଦାନ୍ତ ଖେଳ
=> ଶବ୍ଦଗଠନ ଖେଳ
=> ବନାନ ଖେଳ
=> ଲୁଡ୍ଡୁ ଖେଳ..
71) ପ୍ରାଥମିକ ସ୍ତରରେ ଚିତ୍ର ଦେଖାଇ ଶିକ୍ଷାଦାନ କରାଗଲେ ନିମ୍ନୋକ୍ତ ଉକ୍ତିମଧ୍ୟରୁ କେଉଁଟି ଯଥାର୍ଥ ବାଛ ?
=> ଶିକ୍ଷକଙ୍କ ବିନା ସହାୟତାରେ ବିଦ୍ୟାର୍ଥୀମାନେ ପଠନ କରିପାରିବେ..
=> ଜାଣିଥିବା- ଭଲଲାଗୁଥିବା ଶବ୍ଦଗୁଡିକୁ ଉଚ୍ଚାରଣ କରିବାର ସୁଯୋଗ ପାଇବେ
=> ଵର୍ଣ୍ଣମାଳl ସହିତ ଖୁବଶୀଘ୍ର ପରିଚିତ ହୋଇପାରିବେ
=> ଛବିକୁ ଦେଖି ଆନନ୍ଦିତ ହେବେ
=> ନୀରବ ପଠନ..
=> ଦ୍ରୁତ ପଠନ
=> ଉଚ୍ଚ ପଠନ
=> ଦଳଗତ ପଠନ
73) ପ୍ରଥମ
ଶ୍ରେଣୀ ବିଦ୍ୟାର୍ଥୀମାନଙ୍କୁ କେତେକ ଅକ୍ଷର ଲେଖାଥିବା ଚାଟ ଦେଇ ଅକ୍ଷର ଗୁଡିକୁ ଯୋଡି ନୂତନ ଶବ୍ଦ ଗଠନ କରିବାକୁ କୁହାଗଲା | ଏହି ପ୍ରକ୍ରିୟାଟିକୁ _____ କୁହାଯାଏ |
=> ପୁନଃସଜ୍ଜିକରଣ
=> ଚିହ୍ନଟିକରଣ..
=> ମନୋନୟନ
=> ମେଳକ
74) ନିମ୍ନପ୍ରଦତ୍ତ ପ୍ରଶ୍ନଟି କେଉଁ ପ୍ରକାରର ପ୍ରଶ୍ନ ? ବନ୍ଧନୀ ମଧ୍ୟରେ ଥିବା ଶବ୍ଦଗୁଡ଼ିକରୁ ଫୁଲ ଓ ଫଳର ନାମ ଅଲଗା କରି ଲେଖ ? ( ଗୋଲାପ, ପଣସ, ଟଗର, ଆମ୍ବ, ବଉଳ, ସପୁରି, ଚମ୍ପା )
=> ଦୃଷ୍ଟାନ୍ତ ମୂଳକ
=> ବର୍ଗୀକରଣ ମୂଳକ..
=> ପୁନଃସଜ୍ଜିକରଣ
=> ସତ୍ୟାସତ୍ୟମୂଳକ
75) କେଉଁ
ବାକ୍ୟଟି ପୁନଃସଜ୍ଜିକରଣ ପ୍ରଶ୍ନର ଅନ୍ତର୍ଗତ ?
=> ଗାଈ, ମେଣ୍ଢା, ଛେଳି, ବଳଦ, ହରିଣ
=> ମା'ଙ୍କ ଭାଇଙ୍କୁ ମଉସା ଡକାଯାଏ
=> ଯେପରି ବିଜ୍ଞାନ-ବୈଜ୍ଞାନିକ ସେପରି ଭୂଗୋଳ ---- ?
=> ଭଲପାଏ ଜନ୍ମଭୂମିକୁ ମୁଁ ମୋ |..
ଏହା ନିମ୍ନୋକ୍ତ ମଧ୍ୟରୁ କେଉଁ ପ୍ରକାର ପ୍ରଶ୍ନର ଅନ୍ତର୍ଗତ ?
=> କ୍ଷୁଦ୍ର ଉତ୍ତରମୂଳକ
=> ସଂକ୍ଷିପ୍ତ ଉତ୍ତରମୂଳକ
=> ନିର୍ଦ୍ଧିଷ୍ଟ ଉତ୍ତରମୂଳକ..
=> ମେଳକ ପ୍ରଶ୍ନ
77) କେଉଁଟିକୁ ପଦ୍ୟଶିକ୍ଷାଦାନର ଉଦ୍ଦେଶ୍ୟ ରୂପେ ଗ୍ରହଣ କରାଯାଇ ପାରିବ |
=> ସୌନ୍ଦର୍ଯ୍ୟବୋଧର ବିକାଶ..
=> ବ୍ୟାକରଣ ଜ୍ଞାନର ଅଭିବୃଦ୍ଧି
=> ଅଧିକ ବହି ଓ ସମ୍ବାଦପତ୍ର ପଠନରେ ଆଗ୍ରହ
=> ଚିତ୍ର ଦେଖି ସମ୍ପର୍କ ସ୍ଥାପନ
 
 

 Hello Friends, My Name is Basanta Kumar Mahapatra. I'm a 27 Year Old Self-Employed From Jeypore (Odisha). I Have Created This Blog For Provide Latest Updates and All Preparation Notes on C.T, B.Ed, OTET, OSSTET, CTET and All TGT Exams
Hello Friends, My Name is Basanta Kumar Mahapatra. I'm a 27 Year Old Self-Employed From Jeypore (Odisha). I Have Created This Blog For Provide Latest Updates and All Preparation Notes on C.T, B.Ed, OTET, OSSTET, CTET and All TGT Exams   
 
 
 
No comments:
Post a Comment